ଓଡ଼ିଶାରେ ସ୍ଥାପନ ହେବ ଦୁଇଟି ସେମିକଣ୍ଡକ୍ଟର ପ୍ଲାଣ୍ଟ

କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ତିନି ବଡ଼ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୧୮,୫୪୧ କୋଟି ଟଙ୍କା ଯୋଜନାକୁ ମଞ୍ଜୁରି ମିଳିଛି ।୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ନିର୍ମାଣ ହେବ ।  ଓଡ଼ିଶାରେ ସେମିକଣ୍ଡକଟର ନିର୍ମାଣକୁ ଏହା ଆହୁରି ମଜଭୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ଆଜି ମନୁମୋଦିତ ପ୍ରସ୍ତାବ SiCSem, କଣ୍ଟିନେଣ୍ଟାଲ୍ ଡିଭାଇଲ୍ ପ୍ରାଇଭେଟ୍ ଲିମିଟେଡ୍ (CDIL), 3D ଗ୍ଲାସ୍ ସଲ୍ୟୁସନ ଇଙ୍କ୍ ଓ ଆଡଭାନ୍ସଡ ସିଷ୍ଟମ୍ ଇନ୍ ପ୍ୟାକେଜ (ASIP) ଟେକ୍ନୋଲୋଜିକ୍ ସହ ଜଡ଼ିତ । ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ପ୍ଲାଣ୍ଟ ସ୍ଥାପନ କରାଯିବ । SiCSem ଓ 3D ଗ୍ଲାସ୍ ସଲ୍ୟୁସନ୍ ଇଙ୍କ୍ ଓଡ଼ିଶାରେ ସ୍ଥାପନା କରାଯିବ । ସେହିପରି CDIL ପଞ୍ଜାବ ଓ ASIP ଆନ୍ଧ୍ର ପ୍ରଦେଶରେ ସ୍ଥାପନ କରାଯିବ ।

ଅଧିକ ପଢନ୍ତୁ