‘ଶୋଲେ’ ଚଳଚ୍ଚିତ୍ରକୁ ପୁରିଲା ୫୦ ବର୍ଷ

‘ଶୋଲେ’ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାର ୫୦ ବର୍ଷ ପୂରଣ କରିଛି । ଏହି ଚଳଚ୍ଚିତ୍ରଟି ସ୍ୱାଧୀନତା ଦିବସ, ୧୫ ଅଗଷ୍ଟ ୧୯୭୫ରେ ମୁକ୍ତିଲାଭ କରିଥିଲା । ରମେଶ ସିପ୍ପିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମା ମାଳିନୀ, ଜୟା ବଚ୍ଚନ, ସଞ୍ଜୀବ କୁମାର ଏବଂ ଅମଜଦ ଖାନଙ୍କ ଭଳି କଳାକାରମାନେ ଅଭିନୟ କରିଥିଲେ । ୨୦୪ ମିନିଟର ଏହି ଚଳଚ୍ଚିତ୍ର। କାଳ୍ପନିକ ଗାଁ ରାମଗଡ଼ ଉପରେ ଆଧାରିତ ଏକ କଲ୍ଟ କ୍ଲାସିକ୍ ସିନେମା । ସିନେମାର କାହାଣୀରେ ରହିଛି, ଜଣେ ପୂର୍ବତନ ଜେଲର ଠାକୁର ବଳଦେବ ସିଂହ ଦୁଇ ଜଣ ଚୋର ଜୟ ଏବଂ ବୀରୁଙ୍କୁ ନିୟୋଜିତ କରିଛନ୍ତି, ଜଣେ ନିଷ୍ଠୁର ଡକାୟତ ଗବ୍ବର ସିଂହକୁ ଜୀବନ୍ତ ଧରିବା ପାଇଁ । ଜେଲର ଗବରଙ୍କୁ ମାରି, ପରିବାର ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି।

ଶୋଲେ ମୁମ୍ବାଇର ୧୫୦୦ ଆସନ ବିଶିଷ୍ଟ ମିନର୍ଭା ଥିଏଟରରେ ପାଞ୍ଚ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଚାଲିଥିଲା । ପରେ ଏହାକୁ ଘରୋଇ ଚାନେଲର ଏକ ଅନଲାଇନ୍ ପୋଲରେ “ଫିଲ୍ମ ଅଫ୍ ଦି ମିଲେନିୟମ୍” ଭାବରେ ଭୋଟ ଦିଆଯାଇଥିଲା । ବ୍ରିଟିଶ ଫିଲ୍ମ ଇନଷ୍ଟିଚ୍ୟୁଟ୍ ପୋଲରେ ସର୍ବଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ଭାବରେ ନାମିତ କରାଯାଇଥିଲା । ଆରଡି ବର୍ମନଙ୍କ ସ୍କୋର ଏବଂ ଫିଲ୍ମର ସଂଳାପର ୫ ଲକ୍ଷ ରେକର୍ଡ ଏବଂ କ୍ୟାସେଟ୍ ବିକ୍ରି ହୋଇଥିଲା।ଫିଲ୍ମରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଅଛି ଯେଉଁଥିରେ ଜୟା ବଚ୍ଚନ ଲଣ୍ଠନ ଜାଳିଛନ୍ତି ଏବଂ ଅମିତାଭ ମାଉଥ୍ ଅର୍ଗାନ ବଜାଉଛନ୍ତି । ମାତ୍ର ଦୁଇ ମିନିଟ୍‌ର ଏହି ଦୃଶ୍ୟକୁ ସୁଟିଂ କରିବାକୁ ୨୦ ଦିନ ଲାଗିଥିଲା । ଏହା ବ୍ୟତୀତ, ଶୋଲେର ଆରମ୍ଭରେ ଏକ ଦୃଶ୍ୟ ଅଛି ଯେଉଁଥିରେ ଜୟ, ବୀରୁ ଏବଂ ଠାକୁର ଟ୍ରେନରେ ଯାତ୍ରା କରୁଥିବା ସମୟରେ ଗୁଣ୍ଡାମାନଙ୍କ ସହିତ ଲଢ଼ୁଛନ୍ତି । ଏହି ଦୃଶ୍ୟ ୭ ସପ୍ତାହର ସୁଟିଂରେ ସମାପ୍ତ ହୋଇଥିଲା ।

ଅଧିକ ପଢନ୍ତୁ