ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ପୁଣି ନାବାଳିକା ପୁଣି ଗଣଦୁଷ୍କର୍ମ। ସବୁଥର ପରି ଏଥର ମଧ୍ୟ କିଛି କାମାନ୍ଧ ପୁରୁଷଙ୍କ ଲୋଲୁପ ଦୃଷ୍ଟିର ଶିକାର ପାଲଟିଛି ଜଣେ ନାବାଳିକା।ବାରମ୍ୱାର ରେପ୍ ଘଟଣା ବଢ଼ୁଛି ପଛେ କମିବାର ନାଁ ଧରୁନି। ଆଜି ପୁଣିଥରେ ସମ୍ୱଲପୁରରୁ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ସମ୍ବଲପୁର ଯୁଯୁମୁରା ଥାନା ଅଂଚଳରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବା ଜଣାପଡିଛି । ଫେରାର ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ଅଧିକ ପଢନ୍ତୁ