ଶିମିଳିପାଳ କୋର୍ ଅଞ୍ଚଳରେ ବୁଲୁଛି ବାଘୁଣୀ ‘ଜିନ୍ନତ୍’ 

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କୋର୍‌ ଏରିଆରେ ସ୍ୱଚ୍ଛନ୍ଦରେ ବୁଲୁଛି ବାଘୁଣୀ ଜିନତ । କ୍ୟାମେରାରେ ବାଘୁଣୀ ଜିନତର ଫଟୋ କଏଦ ହୋଇଛି । ତେବେ ଏହି ଫଟୋକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଜାରି କରାଯିବା ସହ ଏହାର ସୂଚନା ଦିଆଯାଇଛି ।୭ମାସ ପରେ ଏନକ୍ଲୋଜରରୁ ବାହାରି କୋର୍ ଅଞ୍ଚଳରେ ଶିକାର କରୁଛି । ଜିନ୍ନତ୍ ଉପରେ ୨୪ ଘଣ୍ଟିଆ ନଜର ରଖିଛି ସ୍ବତନ୍ତ୍ର ଟିମ୍ । କୋର୍ ଅଞ୍ଚଳରେ ବୁଲି ଶିକାର କରି ନିଜ କ୍ଷେତ୍ର ପ୍ରସ୍ତୁତି କରିଥିବା ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଗତ ଡିସେମ୍ବର ୧୫ ତାରିଖରେ ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରରୁ ଆଣି ଶିମିଳିପାଳରେ ଛଡାଯାଇଥିଲା । ପରେ ଶିମିଳିପାଳ ଛାଡି ଝାଡଖଣ୍ଡ ଦେଇ ପଶ୍ଚିମବଙ୍ଗ ପଳାଇଥିଲା ବାଘୁଣୀ ଜିନ୍ନତ । ବାଘୁଣୀକୁ ପିଛା କରି ପଶ୍ଚିମବଙ୍ଗରୁ କାବୁ କରିଥିଲା ବନବିଭାଗ । ପରେ ଏନକ୍ଲୋଜରରେ ରଖାଯାଇଥିଲା । ଆବଶ୍ୟକ ମୁତାବକ ସମ୍ବର, ଚିତଳ, ବଣ ଘୁଷୁରୀ ଆଦିକୁ ମାରି ଖାଉଛି ।

ଅଧିକ ପଢନ୍ତୁ