କୋଣାର୍କରେ ସେକ୍ସ ରାକେଟ ଠାବ ! ରାଣୀ ମହୁମାଛି ସହ ଯୁବକଙ୍କୁ ଗିରଫ

କୋଣାର୍କ ପୁଲିସ ରାତି ଅଧିଆରେ ଚଢ଼ାଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ। ରେଡ୍ ବେଳେ ରାଣୀ ମହୁମାଛି ସହ ଯୁବକଙ୍କୁ ଗିରଫ କରାଯାଇଛି। ସେକ୍ସ କାରବାରରେ ବ୍ୟବହୃତ କିଛି ଆପତ୍ତିଜନକ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି। କୋଣାର୍କ ଅଞ୍ଚଳରେ ଦୀର୍ଘ ଦିନ ହେବ ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଗତକାଲି କୋଣାର୍କ ପୁଲିସ ଟିପ୍ ମିଳିବା ପରେ କୋଣାର୍କ ପୁଲିସର ସ୍ବତନ୍ତ ୪ଜଣିଆ ଟିମି ସହ ଧଳା ପଥର ଫାଣ୍ଡିର ୩ଜଣିଆ ମିଳିତ ଚଢ଼ାଉ କରିଥିଲେ। ରାଣୀ ମହୁମାଛି ଲକ୍ଷ୍ମୀପ୍ରୀୟାଙ୍କ ନାଁରେ କଟକ, ଭୁବନେଶ୍ୱର ଏବଂ ପୁରୀରେ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ଥିବା ଜଣାପଡିଛି।

ଅଧିକ ପଢନ୍ତୁ

Odisha Darpan Digital