ସରିଲା ଜାପାନ ଗସ୍ତ । ଚୀନରେ ପହଞ୍ଚିଲେ ମୋଦୀ । ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ।ସେ ଏଠାରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ(SCO)ରେ ଯୋଗଦେବେ। ଶିଖର ସମ୍ମିଳନୀ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିବେ।୭ ବର୍ଷ ପରେ ମୋଦୀ ଚୀନ ଗସ୍ତରେ ଥିବା ବେଳେ ଗଲଓ୍ଵାନ ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଗସ୍ତ । ତେବେ ୨୦୧୯ ପରଠାରୁ ଆଉ ଚୀନ ଯାଇ ନାହାନ୍ତି ପ୍ରଧାନମନ୍ତ୍ରୀ ।ତେବେ ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ଜାପାନ ଗସ୍ତ ଶେଷ କରି ଚୀନର ତିଆନଜିନ୍ ସହରରେ ପହଞ୍ଚିଛନ୍ତି। ଏଠାରେ ବିମାନବନ୍ଦରରେ ରେଡ୍ କାର୍ପେଟ ବିଛାଇ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
