ପ୍ରଧାନମନ୍ତ୍ରୀଙ୍କ ଉପରେ ମାଳଦ୍ୱୀପ ନେତାଙ୍କ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ ବଲିଉଡ୍ ଷ୍ଟାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଲାକ୍ଷାଦ୍ବୀପ ଗସ୍ତ କରିଥିଲେ। ତାଙ୍କ ଗସ୍ତ ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହୋଇଥିଲା ଏବଂ ଏହି ଫଟୋକୁ ନେଇ ଭାରତରେ ମାଳଦ୍ୱୀପ ଓ ଲାକ୍ଷାଦ୍ବୀପ ମଧ୍ୟରେ ତୁଳନା ଆରମ୍ଭ ହୋଇଥିଲା। ଏହା ଦେଖି ମାଳଦ୍ୱୀପ ମନ୍ତ୍ରୀମାନେ ରାଗିଯିବା ସହ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ତାଙ୍କ ବୟାନ ପରେ ସାମାଜିକ ଗଣମାଧ୍ୟମରେ #BoycottMaldives ଟ୍ରେଣ୍ଡ୍‌ କରୁଛି। ଲୋକେ ମାଳଦ୍ୱୀପକୁ ନେଇ ବେଶ୍‌ ନକରାତ୍ମକ କମେଣ୍ଟ କରିଛନ୍ତି। ବର୍ତ୍ତମାନ ବଲିଉଡ ତାରକାମାନେ ମଧ୍ୟ ଏହି ଆଲୋଚନାରେ ଯୋଗ ଦେଇଛନ୍ତି। ଅକ୍ଷୟ କୁମାର, ସଲମାନ ଖାଁ, ଜନ ଆବ୍ରାହମ ଏବଂ ଶ୍ରଦ୍ଧା କପୁରଙ୍କ ସମେତ ବହୁ ବଲିଉଡ ତାରକା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଲାକ୍ଷାଦ୍ୱୀପ ପରିଦର୍ଶନ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ।

ଅକ୍ଷୟ କୁମାର କହିଛନ୍ତି -“ ମାଳଦ୍ୱୀପର ପ୍ରତିଷ୍ଠିତ ଲୋକପ୍ରତିନିଧିମାନେ ଭାରତୀୟଙ୍କ ଉପରେ ଘୃଣ୍ୟ ଏବଂ ଜାତିପ୍ରଥାବାଦ ମନ୍ତବ୍ୟ ଦେଇଥିବା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଲା ସେମାନେ ଏଭଳି ଏକ ଦେଶ ବିରୋଧରେ ମନ୍ତବ୍ୟ ଦେଇଛନ୍ତି ଯେଉଁ ଦେଶ ସେମାନଙ୍କୁ ଅଧିକ ପର୍ଯ୍ୟଟକ ଦେଉଛି। ଆମେ ଆମ ପଡ଼ୋଶୀ ପ୍ରତି ଭଲ ବ୍ୟବହାର କରୁଛୁ, କିନ୍ତୁ, ଆମେ କାହିଁକି ଏଭଳି ଅଯଥା ଘୃଣାକୁ ବରଦାସ୍ତ କରିବା ? ମୁଁ ଅନେକ ଥର ମାଳଦ୍ୱୀପକୁ ଯାଇଛି ଏବଂ ସବୁବେଳେ ଏହାର ପ୍ରଶଂସା କରିଛି। କିନ୍ତୁ ସମ୍ମାନ ଆଗେ। ଚାଲନ୍ତୁ ଭାରତର ଦ୍ୱୀପକୁ ଆବିଷ୍କାର କରିବା ଓ ଆମ ଦେଶର ପର୍ଯ୍ୟଟନକୁ ସମର୍ଥନ କରିବା।”

ଅଧିକ ପଢନ୍ତୁ

Odisha Darpan Digital