ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସ ରେଡ କରିଛି । ଭୁବନେଶ୍ୱରରେ ଆତ୍ମଗୋପନ କରିଥିବା ସୂଚନା ପରେ ରେଡ କରାଯଇଛି । ଏହି ଚଢ଼ାଉ ସମୟରେ ଆସାମ ପୁଲିସକୁ ସାହାୟତା କରୁଛି କମିଶନରେଟ୍ ପୁଲିସ। ଆତ୍ମ ଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ ହେଲେ ସମୀର ପଟ୍ଟନାୟକ । କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ଖୋଜୁଛି ଆସାମ ପୋଲିସ । ଆପାର୍ଟଣ୍ଟେ ଫ୍ଲାଟ୍ ଭିତରେ ମୋଷ୍ଟ ୱାଣ୍ଟେଡ ଲୁଚି ରହିଥିବା ସନ୍ଦେହ ଚଢ଼ାଉ କରାଯାଇଥିଲା। ଫ୍ଲାଟ୍ କବାଟ ଭିତର ପଟୁ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ପୁଲିସ ଡାକିଲେ ସୁଦ୍ଧା କେହି ଶୁଣି ନଥିଲେ। ଦୀର୍ଘ ୬ ଘଣ୍ଟାର ଉଦ୍ୟମ ପରେ ଶେଷରେ ତାଲା ଭାଙ୍ଗିବା ସହ କବାଟ ଖୋଲିଥିଲା ଆସାମ ପୁଲିସ। ରୁମ୍ ଭିିତରେ ଜଣେ ମହିଳା ଥିବା ଦେଖିବାକୁ ମିଳିଥିଲା।
