ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର ସ୍ବାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍ ଆସିଛି। ସେ କୋମାରେ ଥିବା ସୂଚନା ମିଳିଛି। ଭୁବନେଶ୍ବର ଏମ୍ସ ପକ୍ଷରୁ ମେଡିକାଲ ବୁଲେଟିନ ଜାରି ହୋଇଛି। ତେବେ ଏହି ଖବର ଶୁଣିବା ପରେ ଆଶୁ ଆରୋଗ୍ୟ କାମନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏକ୍ସ ଆକାଉଣ୍ଟରେ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି, ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସିତ ହେଉଥିବା ବିଷୟରେ ଅବଗତ ହେଲି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁଆରୋଗ୍ୟ କାମନା କରୁଛି।
