ଆଜିଠୁ କଟକ ଦୁର୍ଗାପୂଜା ପାଇଁ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା

ଶାରଦୀୟ ପୂଜା ମଣ୍ଡପ ଓ ଗେଟ ଅନୁମତି ପାଇଁ କଟକ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର ଏସଓପି ଜାରି କରିଛି କଟକ ଜିଲ୍ଲା ପ୍ରଶାସନ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ମଣ୍ଡପ ଓ ଗେଟ ପାଇଁ ଆବେଦନ କରିବେ ସମସ୍ତ ପୂଜା ମଣ୍ଡପ । ଗେଟ୍, ପେଣ୍ଡାଲ, ବିଦ୍ୟୁତ ସବୁ ପାଇଁ ଆଜିଠୁ ପୂଜା କମିଟି ଆବେଦନ କରିବେ । ଆବେଦନର ୩ ଦିନ ପରେ ଯାଞ୍ଚ କରି ପ୍ରାଥମିକ ରିପୋର୍ଟ କମିଟିକୁ ଦିଆଯିବ।କଟକ ସହରରେ ନିରାପଦ ଏବଂ ସୁଗମ ଭାବେ ଦୁର୍ଗାପୂଜା ପାଳନ ସୁନିଶ୍ଚିତ କରିବା ପାଇଁ ସାଂସ୍କୃତିକ ପରମ୍ପରା, ସୁରକ୍ଷା ନିୟମ ଏବଂ ଟ୍ରାଫିକ୍ ପରିଚାଳନାକୁ ବିଚାରକୁ ନେଇ ଜିଲ୍ଲାପାଳଙ୍କ ମାନକ କାର୍ଯ୍ୟ ପଦ୍ଧତି ଜାରି ହୋଇଛି। ଏହା କଟକ ସହରରେ ଦୁର୍ଗାପୂଜା ଉତ୍ସବ ସହିତ ଜଡିତ ସମସ୍ତ ପୂଜା କମିଟି, ଅଂଶୀଦାର ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ୨୨ ତାରିଖ ଭିତରେ ଗେଟ ଓ ମଣ୍ଡପ ତଦାରଖ କରିବେ ଜିଲ୍ଲା ପ୍ରଶାସନ କମିଟି । ଏହାପରେ ଚୂଡାନ୍ତ ଏନଓସି ପ୍ରଦାନ କରିବ ପ୍ରଶାସନ । ଗେଟ ଭାଙ୍ଗିବା ପାଇଁ ମଧ୍ୟ ନିର୍ଦିଷ୍ଟ ସମୟ ସୀମା ଦିଆଯିବ । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେଙ୍କ ସୂଚନା ।

ଅଧିକ ପଢନ୍ତୁ