ସୁନ୍ଦରପଦା ଠାରୁ ଜଟଣୀ ରାସ୍ତାର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ

ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୁନ୍ଦରପଦା ଠାରୁ ଜଟଣୀ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଧାରଣ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ରାସ୍ତା ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଶେଷ ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀ, ମୁଖ୍ୟଯନ୍ତ୍ରୀ, ଠିକାସଂସ୍ଥା ଏବଂ ଅଞ୍ଚଳବାସୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ ।ମୋଟ ୧୩.୫ କିଲୋମିଟର ଦୀର୍ଘ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଚାରି ଲେନ କରିବା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ନିର୍ମାଣଧୀନ ରାସ୍ତା ପ୍ରଶସ୍ତିକରଣ ସମୟରେ ଆସୁଥିବା ସମସ୍ୟା ଯେପରିକି ଡ୍ରେନଏଜ, ସ୍ଵରେଜ, ଇଲେକଟ୍ରିଫିକେସନ ୟୁଟିଲିଟି ଆଦିର କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଥିଲେ । ଏଥି ସହିତ ୨୦୨୫ ନଭେମ୍ବର ଶେଷ ସୁଦ୍ଧା ପୁରା ରାସ୍ତାର ନିର୍ମାଣ ଶେଷ କରିବା ପାଇଁ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦେଶ ଦେଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital