ଭାରତ-ପାକିସ୍ତାନ ମ୍ୟାଚ୍ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ

‘ମ୍ୟାଚ୍ ହେବାକୁ ଦିଅ। ଆମେ ଏହାକୁ ବନ୍ଦ କରିବୁ ନାହିଁ’। ମ୍ୟାଚ ବାତିଲ ନେଇ ଦାୟର ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅନ୍ୟାନ୍ୟ ଘଟଣାକୁ ଉଲ୍ଲେଖ କରି ୪ ଜଣ ଏଲଏଲବି ଛାତ୍ରଙ୍କ ଆବେଦନରେ ପାକିସ୍ତାନ ସହିତ ମ୍ୟାଚକୁ ଜାତୀୟ ଭାବନାର ଉପହାସ ବୋଲି କୁହାଯାଇଥିଲା।ଆବେଦନରେ କୁହାଯାଇଛି, “କ୍ରିକେଟ୍ ଦେଶମାନଙ୍କ ମଧ୍ୟରେ ସଦ୍ଭାବନା ଏବଂ ବନ୍ଧୁତା ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ପରେ, ଯେତେବେଳେ ଆମର ଲୋକଙ୍କୁ ହତ୍ୟା କରାଯାଇଥିଲା ଏବଂ ଆମର ସୈନିକମାନେ ସର୍ବସ୍ୱ ବାଜିରେ ଲଗାଇ ଦେଇଥିଲେ, ପାକିସ୍ତାନ ସହିତ ଖେଳିବା ବିପରୀତ ବାର୍ତ୍ତା ଦେବ ଯେ ଆମର ସୈନିକମାନେ ନିଜ ଜୀବନ ବଳିଦାନ ଦେଉଛନ୍ତି, ଆମେ ସେହି ଦେଶ ସହିତ ଖେଳୁଛୁ ଯିଏ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି।” ଆବେଦନକାରୀମାନେ କହିଛନ୍ତି, ‘ଏହା ପାକିସ୍ତାନୀ ଆତଙ୍କବାଦୀଙ୍କ ହାତରେ ପ୍ରାଣ ହରାଇଥିବା ପୀଡିତଙ୍କ ପରିବାରର ଭାବନାକୁ ମଧ୍ୟ ଆଘାତ ଦେଇପାରେ। ମନୋରଞ୍ଜନ ଅପେକ୍ଷା ରାଷ୍ଟ୍ରର ମର୍ଯ୍ୟାଦା ଏବଂ ନାଗରିକଙ୍କ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।’

ଅଧିକ ପଢନ୍ତୁ