ଭୁବନେଶ୍ୱରରୁ ମହିଳା ଟ୍ରାଫିକ କନେଷ୍ଟବଲ ନିଖୋଜ ଘଟଣା । ୧୨ ଦିନ ପରେ ମିଳିଲା ନିଖୋଜ ଟ୍ରାଫିକ କନେଷ୍ଟବଲଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ ମୃତଦେହ ପଡିଥିବା ସୂଚନା ମିଳିଛି।ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ । କନଷ୍ଟେବଳ ନିଖୋଜ ପରଠୁ ସଂଦେହ ଘେରରେ ଥିଲା ପୁରୁଷ ବନ୍ଧୁ । ପୋଲିସ ସେବା ଭବନରେ ଆକାଉଣ୍ଟ ଡିପାର୍ଟମେଣ୍ଟରରେ କାର୍ଯ୍ୟ କରେ ଦୀପକ । ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ । କ୍ୟାପିଟାଲ ଥାନା ପୋଲିସ ଏକ ମିସ କେସ ରୁଜୁ କରି ତନାଘନା ଜାରି ରଖିଥିଲା । ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।ସେପଟେ ବାପାଙ୍କ ଅଭିଯୋଗ ପରେ ପୋଲିସ ମାମଲାରେ ଛାନ୍ଭିନ୍ ଆରମ୍ଭ କରିଥିଲା । ମହିଳା କନେଷ୍ଟବଲ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ ବାବଦରେ ଜାଣିବାକୁ ପାଇଥିଲା ପୋଲିସ । ପରେ ତାଙ୍କୁ ମାରାଥନ ଜେରା କରିଥିଲା ପୋଲିସ । ଏହି ଜେରା ସମୟରେ ସେ ପୋଲିସ ଆଗରେ ସବୁ ସତ ମାନିଥିବା କୁହାଯାଉଛି।
