
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟା ସଭାରେ ସର୍ବସମ୍ମତି କ୍ରମେ ଡ. ସୁକାନ୍ତି ମହାନ୍ତି ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ପ୍ରକାଶ କୁମାର ପଟ୍ଟନାୟକ ,ସମ୍ପାଦକ ରାଜକିଶୋର ନାୟକ ,ସହ ସଂପାଦକ ରବି ନାରାୟଣ ପାତ୍ର ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ,ହିସାବ ସମୀକ୍ଷକ ବୃନ୍ଦାବନ ଜେନା, ସଂଯୋଜକ ନିରଞ୍ଜନ ମହାପାତ୍ର ଏବଂ ଉପଦେଷ୍ଟା ଭାବେ ଚକ୍ରଧର ପଟ୍ଟନାୟକ, ପ୍ରସନ୍ନ କୁମାର ଦାଶ, ସୁଧୀର କୁମାର ଦାସ, ପ୍ରମୋଦ କୁମାର ମହାପତ୍ର, ବୈକୁଣ୍ଠ ନାଥ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ।