
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଉପକଣ୍ଠ ଦେଉଳି ଗ୍ରାମସ୍ଥିତ ଲକ୍ଷ୍ମୀ ନରସିଂହ ଭବନରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରତିଜ୍ଞା କିଶୋର ଓ ଯୁବ କଳାକାର ଗ୍ରାମୀଣ ସଂଘ ଆନୁକୂଲ୍ୟରେ ଆୟୋଜିତ ତଥା ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବର୍ଗର କବି କବୟିତ୍ରୀ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ଏବଂ ଚରିତ୍ର ଉପରେ ନିଜ ନିଜର ସ୍ବରଚିତ କବିତାମାନ ପାଠ କରିଥିଲେ। ଜୟନ୍ତୀ ପାଳନର ବିଭିନ୍ନ ପର୍ଯ୍ୟାୟରେ ଅତିଥି ମାନେ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ,ମାଟି ମା’ ପାଇଁ ଉତ୍ସର୍ଗୀକୃତ ସେବା,ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ତାଙ୍କର ନିରପେକ୍ଷତା ସାମ୍ବାଦିକତା ଜୀବନ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିଶ୍ବନାଥ ମହାପାତ୍ର,ଅଧ୍ୟାପିକା ନୀଳିମା ନନ୍ଦ, ସାମ୍ବାଦିକ ଲକ୍ଷ୍ମୀଧର ସାହୁ,ବ୍ୟଙ୍ଗକବି ଘର ବୁଡା ପ୍ରତାପ କୁମାର ସାହୁ, ସାହିତ୍ୟିକ ଶେଖ ଅବଦୁଲ ଖାଲିକ୍, ଅଚଞ୍ଛାକୀଳା ରବିନ୍ଦ୍ର କୁମାର ମହାପାତ୍ର, କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ,ସୁବାସ ନାୟକ,ଅଧ୍ୟାପକ ଡ଼ଃ ଆଶୁତୋଷ ମିଶ୍ର,ଗୋଦାବରୀ ବସନ୍ତିଆ, ନିରାକାର ସ୍ୱାଇଁ, ସୁରେନ୍ଦ୍ର ନାଥ ପ୍ରଧାନ, ମହମ୍ମଦ ଆଜାଦ,ନୀଳିମା ନନ୍ଦ, ସଂଘମିତ୍ରା ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ।
