ବଡ଼ ପରଦାର ସୁପରଷ୍ଟାର । କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ଼ରେ । । ତାଙ୍କ ସ୍ମୃତିକୁ ସାଉଁଟି ଧରିଛନ୍ତି ତାଙ୍କର ପ୍ରତିଟି ଦର୍ଶକ। ଆଜି ସେମିତି ଜଣେ ନାୟକଙ୍କ ଜନ୍ମଦିନ ସେ ହେଉଛନ୍ତି ବିଗ ବି, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜି ଅକ୍ଟୋବର ୧୧ ତାରିଖରେ ତାଙ୍କର ୮୩ତମ ଜନ୍ମଦିନ । କେତେକ ତାଙ୍କୁ “ବିଗ୍ ବି” ବୋଲି ଡାକୁଥିଲେ ମଧ୍ୟ ଅନ୍ୟମାନେ “ଶହେନଶାହ” ବୋଲି ଡାକୁଛନ୍ତି। ଏଥିପାଇଁ ସାରା ଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଗ୍ ବି ଜନ୍ମଦିନରେ ଗଣମାଧ୍ୟମଙ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି । ଏହି ଅବସରରେ ଅନ୍ୟ କଳାକାରଙ୍କୁ ପ୍ରଶଂସା କରିଛନ୍ତି ଅମିତାଭ । ସୋଲେ, ଜଞ୍ଜୀର, ଦିୱାର ମୁଭିରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଥିଲେ ବିଗ୍ ବି । ବଲିଉଡ କୁହେ ଯେଉଁଠୁ ସେ ଠିଆ ହୋଇଯାଆନ୍ତି ସେଇଠୁ ହିଁ ଲାଇନ୍ ଆରମ୍ଭ ହୁଏ । ଦିନେ ତାଙ୍କର ଗମ୍ଭୀର ସ୍ବର କାରଣରୁ ତାଙ୍କୁ ରିଜେକ୍ସନର ସାମ୍ନା କରିବାକୁ ପଡ଼ିଥିଲା ,ଆଜିର ଦିନରେ ସେହି ସ୍ବରର ଡିମାଣ୍ଡ ଅଧିକ । ଅମିତାଭ ବଚ୍ଚନଙ୍କ ପ୍ରକୃତ ଜନ୍ମ ଅକ୍ଟୋବର ୧୧, ୧୯୪୨ ରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ। ତାଙ୍କ ପିତା ହରିବଂଶ ରାୟ ବଚ୍ଚନ ହିନ୍ଦୀ ସାହିତ୍ୟର ଜଣେ ପ୍ରସିଦ୍ଧ କବି ଥିଲେ। ଯେତେବେଳେ ତାଙ୍କ ମାଆ ତେଜି ବଚ୍ଚନ ସାମାଜିକ କାର୍ଯ୍ୟରେ ସକ୍ରିୟ ଥିଲେ।
