ବଲିଉଡ ପ୍ରତିଷ୍ଠିତ ହାସ୍ୟ ଅଭିନେତା ସତୀଶ ଶାହାଙ୍କ ପରଲୋକ

ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। । 74 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ କିଡ଼ନୀ ରୋଗରେ ପୀଡିତ ଥିଲେ । ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ତଥା ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଜଣେ ପ୍ରଖ୍ୟାତ ହାସ୍ୟ ଅଭିନେତା ଭାବେ ବଲିଉଡରେ ତାଙ୍କର ଏକ ଭିନ୍ନ ପରିଚୟ ରହିଥିଲା ।ସତୀଶ ଶାହ ୨୫ ଜୁନ୍ ୧୯୫୧ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ । ସେ ଏକ କୁଚ୍ଛି ଗୁଜରାଟୀ ପରିବାରରୁ ଆସିଛନ୍ତି । ଶାହ ୧୯୭୮ ମସିହାରେ ଅରବିନ୍ଦ ଦେଶାଇ କି ଆଜିବ ଦାସ୍ତାନ ସହିତ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ୧୯୮୩ ମସିହାରେ ବ୍ୟଙ୍ଗ ଚଳଚ୍ଚିତ୍ର ଜାନେ ଭି ଦୋ ୟାରୋରେ ମ୍ୟୁନିସିପାଲ କମିଶନର ଡି’ମେଲୋ ଭୂମିକା ପାଇଁ ସେ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲେ।

ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ, ସେ ହମ୍ ସାଥ୍ ସାଥ୍ ହେ (୧୯୯୯), କଲ ହୋ ନା ହୋ (୨୦୦୩), ମୁଝସେ ଶାଦି କରୋଗି (୨୦୦୪), ଏବଂ ଓମ୍ ଶାନ୍ତି ଓମ୍ (୨୦୦୭) ସମେତ ୨୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଟେଲିଭିଜନରେ, ସେ ୧୯୮୪ ସିଟ୍‌କମ୍ ୟେ ଜୋ ହୈ ଜିନ୍ଦେଗି ମାଧ୍ୟମରେ ବହୁଳ ଭାବରେ ପରିଚିତ ହୋଇଥିଲେ, ଯେଉଁଥିରେ ସେ ଏହାର ପ୍ରତ୍ୟେକ ୫୫ ଏପିସୋଡ୍‌ରେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ।ବର୍ତ୍ତମାନ ସୁଦ୍ଧା ତାଙ୍କ ମରଶରୀର ହସ୍ପିଟାଲରେ ରହିଛି, ରବିବାର ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢନ୍ତୁ

Odisha Darpan Digital