କଟକ ମଣି ସାହୁ ଛକରେ କୋଠା ବାଲକୋନି ଭୁଶୁଡି ୩ ଜଣ ମୃତ୍ୟୁବରଣ କରିଛନ୍ତି । ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି। କମିସନରେଟ୍ ପୋଲିସ କହିଛି ଯେ, ସ୍ବାମୀ,ସ୍ତ୍ରୀ, ଜଣେ ମହିଳା ଓ ଦୁଇ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବାପା, ମା’ ଓ ଜଣେ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଅଗ୍ନିଶମ ବାହିନୀ କର୍ମଚାରୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କୋଠା ଭୁଶୁଡିବା ପଛର କାରଣ ଜାଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।
