ଏବେ ଅଯୋଧ୍ୟାରେ ଘର ନିର୍ମାଣ କରିବେ ଅମିତାଭ୍‌

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି। ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ ବଡ କ୍ରୀଡା, ରାଜନୀତି ଏବଂ ଚଳଚ୍ଚିତ୍ର ଶିଳ୍ପରୁ ବହୁ ବଡ ବ୍ୟକ୍ତିତ୍ୱ ଏଥିରେ ଅଂଶଗ୍ରହଣ କରିବେ। ଏହି ସମୟରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ବିଷୟରେ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ସେ ପ୍ରଭୁ ଶ୍ରୀ ରାମ ନଗରୀରେ ଏକ ପ୍ଲଟ କିଣିଛନ୍ତି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା।

ଅମିତାଭ ବଚ୍ଚନଙ୍କ ଏହି ପ୍ଲଟ ଏକ ୭ଷ୍ଟାର ମଲ୍ଟି ପରପସ ଏନକ୍ଲେଭରେ – ଦ ସରୟୁରେ ଅଛି। ଡେଭଲପର କମ୍ପାନୀ ଏହାର ଅଧିକ ତଥ୍ୟ ପ୍ରକାଶ କରିନାହିଁ। ତେବେ କମ୍ପାନୀ ସହ ଜଡିତ ଉତ୍ସଗୁଡିକ ଏହାର ମୂଲ୍ୟ ଏବଂ ପ୍ଲଟର ଆକାର ପ୍ରକାଶ କରିଛି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଏହି ପ୍ଲଟର ମୂଲ୍ୟ ୧୪.୫ କୋଟି ଟଙ୍କା ହୋଇଥିବାବେଳେ ଏହାର ଆକାର ୧୦ ହଜାର ବର୍ଗଫୁଟ ବୋଲି ସୂତ୍ରରୁ ପ୍ରକାଶ।ଅମିତାଭ ବଚ୍ଚନଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ କିଛି ଦୂରରେ ନୁହେଁ। ବିଗ ବି ହେଉଛନ୍ତି ପ୍ରୟାଗରାଜ ବାସିନ୍ଦା। ପ୍ରୟାଗରାଜରୁ ଅଯୋଧ୍ୟା ପର୍ଯ୍ୟନ୍ତ ଦୂରତା ୫ଘଣ୍ଟାରୁ କମ ଅଟେ। ଠିକାଦାର କମ୍ପାନୀ ଅମିତାଭ ବଚ୍ଚନଙ୍କ ପ୍ଲଟ କ୍ରୟକୁ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛି।

ଅଧିକ ପଢନ୍ତୁ

kc ads