ନଭେମ୍ବର ୧୫ ତାରିଖରୁ ଟୋଲ୍ ଟ୍ୟାକ୍ସ ଦେୟ ସହିତ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର ।ସଡ଼କ ପରିବହନ ମନ୍ତ୍ରଣାଳୟ ୨୦୦୮ ମସିହାରେ ନିର୍ଦ୍ଧାରିତ ହାଇୱେ ଫି ଢାଞ୍ଚାକୁ ସଂଶୋଧନ କରିଛି । ଏହି ନିୟମ ଅନୁଯାୟୀ, ଯଦି ଜଣେ ଚାଳକ ଫାଷ୍ଟାଗ୍ ଲେନରେ ପ୍ରବେଶ କରନ୍ତି କିନ୍ତୁ ତାଙ୍କର ଫାଷ୍ଟାଗ୍ ସ୍କାନ କରାଯାଇନାହିଁ କିମ୍ବା ତାଙ୍କ ଗାଡ଼ିରେ ଫାଷ୍ଟାଗ୍ ଲଗାଯାଇ ନାହିଁ । ତେବେ ତାଙ୍କୁ ପୂର୍ବ ପରି ଏକ ସ୍ଥିର ଶୁଳ୍କ ନିଆଯିବ ନାହିଁ, କିନ୍ତୁ ଦେୟ ପଦ୍ଧତି ଉପରେ ନିର୍ଭର କରି ଭିନ୍ନ ଭିନ୍ନ ଶୁଳ୍କ ଦେବାକୁ ପଡ଼ିବ ।ନୂଆ ନିୟମ ଅନୁଯାୟୀ, ଯଦି ଜଣେ ଡ୍ରାଇଭର ତାଙ୍କର ଫାଷ୍ଟାଗ୍ ବିଫଳ ହେବା ପରେ ନଗଦରେ ଦେୟ ଦିଅନ୍ତି, ତେବେ ତାଙ୍କଠାରୁ ସାଧାରଣ ଟୋଲର ଦୁଇଗୁଣ ଆଦାୟ କରାଯିବ । କିନ୍ତୁ, ଯଦି ଡ୍ରାଇଭର ୟୁପିଆଇ କିମ୍ବା ଅନ୍ୟ ଡିଜିଟାଲ୍ ମାଧ୍ୟମରେ ଦେୟ ଦିଅନ୍ତି, ତେବେ ତାଙ୍କଠାରୁ କେବଳ ୧.୨୫ ଗୁଣ ଟୋଲ୍ ଆଦାୟ କରାଯିବ ।
