ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମାଲାକା ଷ୍ଟ୍ରେଟ୍ ଓ ଏହାର ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡ଼ିଶା ଉପକୂଳ ଠାରୁ ଏହା ବହୁ ଦୂରରେ ରହିଛି । କିନ୍ତୁ ସ୍ପଷ୍ଟ ଚିତ୍ର ୨୪ ବା ୨୫ ତାରିଖ ପରେ ଜଣାପଡିବ । ଏହା କେଉଁ ଦିଗକୁ ଯିବ, ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ସେସବୁ ସ୍ପଷ୍ଟ ହେବ ବୋଲି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ କହିଛନ୍ତି ।ତେବେ ଅବପାତ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ବାତ୍ୟା ପର୍ଯ୍ୟନ୍ତ ଯିବ ବୋଲି ମଧ୍ୟ ସେ କହିଛନ୍ତି । କିନ୍ତୁ ଓଡ଼ିଶାରେ ଏହା ଲ୍ୟାଣ୍ଡଫଲ୍ ହେବ କି ନାହିଁ ଏହାର ପ୍ରଭାବ କ’ଣ ରହିବ କେତେ ତୀବ୍ର ହେବ ବର୍ତ୍ତମାନ ଆକଳନ ହୋଇପାରୁନି । ଦୁଇ ଦିନ ପରେ ଏହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଯଦିଓ ବିଭିନ୍ନ ପାଣିପାଗ ମଡେଲ, ଏହା ବାତ୍ୟାର ରୂପ ନେବ ବୋଲି ଆକଳନ କରିଛନ୍ତି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
