ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ

ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ । ରେଳ ବିଭାଗର ପେସେଞ୍ଜର ରିଜରଭେସନ ସିଷ୍ଟମ ଆଜି ରାତି ୧୧.୪୫ ରୁ ଆସନ୍ତାକାଲି ଭୋର ୪.୪୫ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ୫ ଘଣ୍ଟାରେ ଦିଲ୍ଲୀର ପେସେଞ୍ଜର ରିଜରଭେସନ ସିଷ୍ଟମର ଅଧିକାଂଶ ସେବା ବନ୍ଦ ରହିବ।

ଏହି ସମୟ ମଧ୍ୟରେ ଆପଣ ରିଜରଭେସନ, କ୍ୟାନସଲ କିମ୍ବା ଇନକ୍ୱାରୀ ସହ ଜଡ଼ିତ ସମସ୍ତ ସେବା ବନ୍ଦ ରହିବ। ରେଳ ବିଭାଗର ସୂଚନା ମୁତାବକ ପୁରୁଣାରୁ ନୂଆ କୋର ସ୍ୱିଚକୁ ବଦଳାଇବା ପାଇଁ ଏହି ସେବା ପ୍ରଭାବିତ ହେବ। ଏଥିପାଇଁ ରେଳ ବିଭାଗ ତରଫରୁ ନନ୍ ପିକ୍ ହାର୍ସ ଚୟନ କରାଯାଇଛି। ଫଳରେ କମ୍ ଯାତ୍ରୀ ଏହାଦ୍ୱାରା ପ୍ରଭାବିତ ହେବେ।

ଅଧିକ ପଢନ୍ତୁ

Odisha Darpan Digital