ଡିସେମ୍ବର ଶେଷ ସୁଦ୍ଧା ପକ୍କା ଘର ଟାର୍ଗେଟ୍ ଶେଷ କରିବାକୁ ନିର୍ଦ୍ଦେଶ

ଡିସେମ୍ବର ଶେଷ ସୁଦ୍ଧା ଶେଷ କର ପକ୍କା ଘର ଟାର୍ଗେଟ । ଏନେଇ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗରୁ ଚିଠି ଦିଆଯାଇଛି । ୧,୮୮, ୨୬୩ ପକ୍କା ଘର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡକୁ ପକ୍କା ଘର ସୁନିଶ୍ଚିତ କରୁଛି ବିଜେପି ସରକାର । ଏହି ଯୋଜନା ପାଇଁ ୭,୫୫୦ କୋଟି ଟଙ୍କାର ବ୍ୟୟବରାଦ ହେବା ସହିତ ତିନି ବର୍ଷ ଭିତରେ ୨ ଲକ୍ଷ ୨୫ ହଜାର ପକ୍କା ଘର ପ୍ରଦାକ ଲକ୍ଷ୍ୟ ରଖାଯାଇଛି ।​​​​​​​

ଅଧିକ ପଢନ୍ତୁ