ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଡିଟୱା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଲା ବାତ୍ୟା । ଗଭୀର ଅବପାତ ପରିଣତ ହୋଇ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଶ୍ରୀଲଙ୍କା ଅଞ୍ଚଳରେ ବାତ୍ୟାର ରୂପ ନେଇଛି ।ଓଡିଶା ଉପରେ ବିଶେଷ ପ୍ରଭାବ ପଡିନପାରେ । ଏହି ଶୀତକାଳୀନ ବାତ୍ୟା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୩୦ ତାରିଖ ବେଳକୁ ଏହା ଉପକୂଳ ଅତିକ୍ରମ କରିବାର ରହିଛି ସମ୍ଭାବନା । ହେଲେ ଓଡିଶାରେ ଏହାର କେତେ ପ୍ରଭାବ ପଡିବ, ବର୍ଷା ହେବ କି ନାହିଁ ସେନେଇ କିଛି ପୂର୍ବାନୁମାନ କରାଯାଇ ନାହିଁ ।
