ଅଧା ରହିଗଲା ଜଗା ଦର୍ଶନ । ସଡକ ଦୁର୍ଘଟଣାରେ ଚାଲିଗଲା ନୟାଗଡ଼ର ୨ଯୁବକଙ୍କ ଜୀବନ

ଭୁବନେଶ୍ୱର ବଡ଼ଗଡ଼ ଥାନା ବିଜେବିନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡିଭାଇଡରରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତକ ନୟାଗଡ଼ର, ବିଜେଇଏମ ସ୍କୁଲ ନିକଟ ବସ୍ତିରେ ରହୁଥିଲେ ।ଖବର ମୁତାବକ , ମୃତ ଯୁବକଙ୍କ ଘର ନୟାଗଡ଼ ହୋଇଥିବା ବେଳେ ସେମାନେ ବିଜେଇଏମ୍ ସ୍କୁଲ ନିକଟରେ ଥିବା ବସ୍ତିରେ ରହୁଥିଲେ। ଜଣଙ୍କ ନାଁ ଶୁଭମ ନାୟକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାଁ ପ୍ରୀତିରଞ୍ଜନ ନାୟକ। ଦୁହିଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ। ମଙ୍ଗଳବାର ସକାଳୁ ସକାଳୁ ବାଇକ ଯୋଗେ ସେମାନେ ପୁରୀ ବାହାରିଥିଲେ। ଦ୍ରୁତ ଗତିରେ ଯାଉଥିବାରୁ ରାସ୍ତାରେ ଥିବା ଏକ ଡିଭାଇଡରରେ ପିଟି ହୋଇଥିଲେ । ପରେ ସେମାନଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ଦୁହିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଅଧିକ ପଢନ୍ତୁ