ରାଜ୍ୟର ୫୦୦୮ ରାଜସ୍ୱ ଓ ପଡା ଗ୍ରାମକୁ ଏବେବି ନାହିଁ ସବୁଦିନିଆ ରାସ୍ତା । କମ ସମୟ ଭିତରେ ରାଜସ୍ୱ ଗ୍ରାମକୁ ସବୁ ଦିନିଆ ରାସ୍ତା ହେବ ନିର୍ମାଣ । ଚଳିତ ଆର୍ଥିକ ବର୍ଷରେ ୨୬୪୩ କି.ମି ରାସ୍ତା ନିର୍ମାଣ କରିଛନ୍ତି ସରକାର । ଆଜି ବିଧାସଭାରେ ଗୃହରେ ବିଧାୟକ ଅରୁଣ ସାହୁ ପ୍ରଶ୍ନ ପଚାରିଥିଲେ ଯେ, ବର୍ତ୍ତମାନ ଗ୍ରାମ ପଞ୍ଚାୟତ ରାସ୍ତା ଓ ପଞ୍ଚାୟତ ସମିତି ରାସ୍ତା ସମଗ୍ର ରାଜ୍ୟରେ କେତେ କି.ମି. ଚଳିତ ଆର୍ଥିକ ବର୍ଷରେ ସରକାର କେତେ ଟଙ୍କା ପ୍ରବଧାନ କରିଥିଲେ, କେତେ ରାସ୍ତା ନିର୍ମାଣ କରିଛନ୍ତି ବ୍ଳକ ଓ ଜିଲ୍ଲାୱାରୀ । ଏହା ସହ ବର୍ତ୍ତମାନ ସୁଦ୍ଧା କେତେଗୋଟି ରାଜସ୍ବ ଗ୍ରାମ ଏବଂ ପଡା ଗ୍ରାମକୁ ସବୁଦିନିଆ ରାସ୍ତାନାହିଁ, ରାଜସ୍ବ ଗ୍ରାମ ଏବଂ ପଡା ଗ୍ରାମର ନାମ, ବ୍ଳକ ଓ ଜିଲ୍ଲାୱାରୀ ତଥ୍ୟ ଦେବେ କି?ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ମନ୍ତ୍ରୀ ରବି ନାଏକ ଗୃହରେ ଏନେଇ ଉତ୍ତର ରଖିଛନ୍ତି ।
