ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ଫର୍ମ ପୂରଣ କରିଛନ୍ତି ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ବିଜ୍ଞାନରେ ୧ ଲକ୍ଷ ୬ ହଜାର ୩୪୪ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିବାବେଳେ କଳାରେ ୨ ଲକ୍ଷ ୩୯ ହଜାର ୫୬୧ ଓ ବାଣିଜ୍ୟରେ ୨୨,୮୮୦ ପଞ୍ଜୀକୃତ ହୋଇଛନ୍ତି। ଡିସେମ୍ୱର ୧୫ ତାରିଖ ସୁଦ୍ଧା ଆଡମିଟ କାର୍ଡ ମିଳିବ। ମିଳିଥିବା ସୂଚନା ମୁତାବକ ଫେବୃଆରୀରୁ ଆରମ୍ଭ ହୋଇପାରେ ପରୀକ୍ଷା । ଏଥିପାଇଁ ସିଏଚଏସଇର କମିଟି ବୈଠକ ଅନୁଷ୍ଠିତ ହେବ । କମିଟିର ବୈଠକରେ ସିଏଚଏସଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀରେ ବାଜିବ ମୋହର ।
