
ନୟାଗଡ଼, (ଓଡ଼ିଶା ଦର୍ପଣ ):ଗତ ସନ୍ଧ୍ୟା ରେ ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ମୁରାହରି ଶ୍ରୀ ରମଣ ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀଙ୍କ ମନ୍ଦିରକୁ ଆସି ପୂଜା ଅର୍ଚନା କରିବା ସହ ମା’ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ, ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ନ୍ୟାୟମୂର୍ତ୍ତିଙ୍କ ସହଧର୍ମିଣୀଙ୍କୁ ଉତ୍ତରୀୟ ଓ ମା’ଙ୍କ ଫଟୋ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଜିଲ୍ଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଓ ଅନ୍ୟlନ୍ୟ ବିଚାରପତିଙ୍କ ସମେତ ଓକିଲ ସଙ୍ଘ ସଭାପତି ଆଇନଜୀବୀ ରଣଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ନ୍ୟାୟମୂର୍ତ୍ତି ମା’ଙ୍କ ଦର୍ଶନ କରି ଆନନ୍ଦ ପ୍ରକଟ କରିବା ସଂଗେ ସଂଗେ ମନ୍ଦିର ପରିଚାଳନା ସମ୍ପର୍କରେ ସବିଶେଷ ଖବର ନେଇ ଥିଲେ।
