ପିଏଚ୍ଡି ପାଇପ ଫାଟିବାରୁ ୭୦୦ ଶହ ବସ୍ତା ଧାନ ଓଦା ହୋଇ ନଷ୍ଟ ହୋଇଯାଇଛି । ସମ୍ବଲପୁର ଭତରାର ହସ୍ପିଟାଲ ରୋଡ ପାଖ ଖଳାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।ସମ୍ବଲପୁର ଭତରା ହସ୍ପିଟାଲ ରୋଡ ପାଖ ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ଖଳାରେ ଏଭଳି ଘଟଣା ଘଟିଛି ।ଗତକାଲି ରାତି ୧୦ଟାରୁ ପାଇପ ଫାଟି ପାଣି ଲିକେଜ ହୋଇ ପ୍ରାୟ ୭ଲକ୍ଷ ଟଙ୍କାର ଧାନ ନଷ୍ଟ ହୋଇଯାଇଛି । ଏବେ ଭିଜା ଧାନକୁ ନେଇ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏହି ଧାନ ଆଉ ବିକ୍ରି ହୋଇପାରିବ ନାହିଁ । ପିଏଚଡି ଅଧୀନରେ ଥିବା ଶିବଶକ୍ତି ଠିକା ସଂସ୍ଥାର ଭୁଲ ପାଇଁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି କୁବେର ଭୁକ୍ତା ।ଏବେ ଭିଜା ଧାନକୁ ଧରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ କୁବେର ଭୁକ୍ତା ।
