ନିର୍ବାଚନ କମିଶନ ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନ, ପୁଡୁଚେରୀ ଏବଂ ଲକ୍ଷାଦ୍ୱୀପରେ ସ୍ପେଶାଲ ଇଣ୍ଟେସିଭ୍ ରିବିଜନ (SIR) ପ୍ରକ୍ରିୟା ପରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗରେ ଡ୍ରାଫ୍ଟ ତାଲିକାରୁ ସର୍ବାଧିକ ସଂଖ୍ୟକ ଭୋଟରଙ୍କୁ ବାଦ ଦିଆଯାଇଛି । ଏମାନଙ୍କ ସଂଖ୍ୟା ୫୮ ଲକ୍ଷ ରହିଛି । ଦେଢ଼ଲକ୍ଷ ନକଲି ନିର୍ବାଚନ କ୍ଷେତ୍ର , ତେବେ ଯେଉଁମାନଙ୍କ ନାଁ ବୈଧ୍ୟ ତଥାପି ଡ୍ରାପ୍ଟରେ ବାଦ ପଡିଛନ୍ତି ସେମାନେ ପୁଣି ଆବେଦନ କରିପାରିବେ । ଆବଶକୀୟ ଦସ୍ତାବିଜ ଦେଇ ତ୍ରୁଟି ସଂଶୋଧନ କରିପାରିବେ କିମ୍ବା ପୁର୍ନବାର ଆବେଦନ କରିପାରିବେ । ଏଥିପାଇଁ ଭୋଟର୍ଙ୍କୁ ମିଳିବ ୩୦ ଦିନ । ପରେ ନିର୍ଣ୍ଣାୟକ ତାଲିକାରେ ଭୋଟରଙ୍କ ନାଁ ପ୍ରକାଶ ପାଇବ । ଏସଆଇଆର ପ୍ରଥମ ପର୍ଯ୍ୟାୟରେ ବିହାରର ୬୫ ଲକ୍ଷ ଭୋଟର ବାଦ ପଡିଥିଲେ ।
