ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ । ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ କ୍ରାଇମବ୍ରାଞ୍ଚ ଏଡିଜି ଓ ମାମଲାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ । ଏହି ମାମଲା କ୍ରାଇମ ଏଗେନଷ୍ଟ ଓମେନ ବା ଉଇଡ ଭାବେ ପରିଗଣିତ ହେବ । ବଛା ବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।ଜଣେ ଡ଼ିଏସପି ପାହ୍ୟାର ଅଫିସର ଧଉଳି ଥାନା ଯାଇ ତଦନ୍ତର ଅଗ୍ରଗତି ବାବଦରେ ବୁଝିବେ । ତଦନ୍ତ କିପରି ତ୍ୱରାନ୍ୱିତ ହେବ, ସେନେଇ ସେ ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ । ମେଡିକାଲ ରିପୋର୍ଟ, ସାଇଣ୍ଟିଫିକ ଟିମର ରିପୋର୍ଟ ସମେତ, ମାମଲାର ଅଗ୍ରଗତି ସହ ଶୀଘ୍ର ଚାର୍ଜସିଟ ପର୍ଯ୍ୟନ୍ତ ସହଯୋଗ କରିବ ସ୍ବତନ୍ତ୍ର ଟିମ୍‌ । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି । ସୂଚନାଯୋଗ୍ୟ, ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ଭୁବନେଶ୍ଵର ଦୟାନଦୀ କୂଳକୁ ନାବାଳିକା ବୁଲିବାକୁ ଯାଇଥିଲେ। ସେଠାରୁ ଫେରି ଦୟା ବ୍ରିଜ ନିକଟରେ ନଦୀବନ୍ଧ ରାସ୍ତାରେ ଯାଉଥିବା ସମୟରେ ୪/୫ ଦୁର୍ବୃତ୍ତ ତାଙ୍କୁ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଲୁଟ କରିବାକୁ ଉଦ୍ୟମ କରିଥିଲେ। ସେମାନେ ବାଧା ଦେବାରୁ ଅଭିଯୁକ୍ତମାନେ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିଥିଲେ। ଏହା ପରେ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ନେଇ ପୀଡିତା ଜଣକ ଧଉଳି ଥାନାରେ ଏତଲା ଦେଲା ପରେ ପୀଡିତାଙ୍କ ବୟାନ ରେକର୍ଡ କରିଥିଲା ପୁଲିସ।

ଅଧିକ ପଢନ୍ତୁ