ଓଡ଼ିଶା କେନେଲ କ୍ଲବ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଡଗ୍ ସୋ । ଏଥିରେ ୩୦ରୁ ଅଧିକ ପ୍ରଜାତିର କୁକୁର ଭାଗ ନେଇଛନ୍ତି । ଭାରତୀୟ ବ୍ରିଡ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଆୟୋଜିତ ହେଉଛି ଏ ଡଗ୍ ସୋ । ପ୍ରତିଯୋଗିତାରେ ଭଳିକି ଭଳି କୁକୁର ଦର୍ଶକଙ୍କ ମନ ଜିଣୁଛନ୍ତି। ଏଥିରେ ମୁଖ୍ୟ ଆକର୍ଶଣ ପାଲଟିଛି ରେଶମ କୁକୁର । ଏହା ଥାଇଲାଣ୍ଡର ବ୍ରିଡର ହୋଇଥିବା ବେଳେ ଏହାକୁ ରଖିଛନ୍ତି କୋଲକାତାର ଶୋଫିଆ । ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଭୁବନେଶ୍ବର ଆସିଛିି । କେବଳ ରେଶମ ନୁହେଁ ସେହି ପ୍ରଜାତିର ଆଉ ଏକ କୁକୁର ମଧ୍ୟ ସମସ୍ତଙ୍କୁ ବେଶ ଆକର୍ଷିତ କରିଛି। ଯାହାର ମୁଣ୍ଡରେ 3ରୁ 4ଟି ବେଣି କରାଯାଇଛି ଓ ରବରରେ ବନ୍ଧାଯାଇଛି । ଏହି ସୋ’ ରେ ସବୁଠୁ କୁନି ଡଗ ହେଉଛି ଟୟେ ପୋମେରାନିଆନ୍ । ଏହି କୁକୁରକୁ ଦେଖିଲେ ଲାଗୁଛି ଯେମିତି ଖେଳନା ପରି। କିନ୍ତୁ ଏହା ଜୀବନ୍ତ କୁକୁର। ଯାହାକୁ ଦେଖିବା ପାଇଁ ମଧ୍ୟ କୁକୁର ପ୍ରେମୀଙ୍କ ଭିଡ ଜମୁଛି ।ପଞ୍ଜାବ, ଦିଲ୍ଲୀ, ଇନ୍ଦୋର, ଜାମସେଦପୁର ଭଳି ବିଭିନ୍ନ ରାଜ୍ୟରୁ ୩ ଶହରୁ ଅଧିକ କୁକୁର ଏଥିରେ ସାମିଲ ହୋଇଛନ୍ତି। ବୟସ, ଉଚ୍ଚତା ଏବଂ ପ୍ରଜାତି ଅନୁସାରେ ଗ୍ରୁପ୍ କରାଯାଇଛି। ଗ୍ରୁପ୍ ଅନୁଯାୟୀ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୁକୁରଙ୍କୁ ପୁରସ୍କୃତ କରାଯିବ। ଦ୍ଵିତୀୟ ଦିନରେ ଆଜି ବେଷ୍ଟ ଓବିଡିଏଣ୍ଟ ସୋ ଏବଂ ଅଲ୍ ବ୍ରିଡ୍ ସୋ ପ୍ରତିଯୋଗିତା ହୋଇଛି। ସୋ ଦେଖିବକୁ କୁକୁରପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ଓଡ଼ିଶା କେନେଲ କ୍ଲବ ପକ୍ଷରୁ ଓୟୁଏଟି ଭେଟେରେନାରୀ କଲେଜ ପଡ଼ିଆରେ ଚାଲିଛି ଡଗ ସୋ। ଆସନ୍ତାକାଲି ଏହା ଶେଷ ହେବ ।
