ବିଜେଡି ୨୯ ତମ ପ୍ରତିଷ୍ଠା ଦିବସ; ବିଜେପି ସରକାର ବିଫଳତାକୁ ଲୋକଙ୍କ ପାଖକୁ ନେବ ଟିମ୍ ନବୀନ

ଆସନ୍ତା ଡ଼ିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳନ ହେବ।ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳିତ ହେବ । ଏହା ସହିତ ଦଳର ମୁଖ୍ୟାଳୟ ‘ଶଙ୍ଖ ଭବନ’ରେ ଏହାକୁ ମହାସମାରୋହରେ ପାଳନ କରାଯିବ । ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ଦଳ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ ଜାରି ରଖିବା ସହ ୧୮ ମାସର ବିଜେପି ସରକାରର ବିଫଳତାକୁ ଲୋକଙ୍କ ପାଖକୁ ନେବ ଟିମ୍ ନବୀନ ।

ଅଧିକ ପଢନ୍ତୁ