ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ବିଜ୍ଞାନ ମେଳା

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ବିଜ୍ଞାନ ମେଳା ଆଜି  ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ  ଉଦଘାଟକ ଭାବେ ଯୋଗଦାନ କରି ବିଧିବଦ୍ଧ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦାନ କରି ପିଲାମାନଙ୍କୁ ବିଜ୍ଞାନ ମନସ୍କ ହେବା ସହିତ ବିଜ୍ଞାନ ଯୋଗୁଁ ମାନବ ସମାଜର ଉପକାରିତା ଏବଂ ଅପକାରିତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।

ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ଶ୍ରୀଧର ଦାଶ,ନୀଳମାଧଵ ନନ୍ଦ, ପ୍ରତାପ ଶତପଥୀ, ପୂର୍ଣ୍ଣିମା ତ୍ରିପାଠୀ,ଲକ୍ଷ୍ମୀଧର ସାହୁ,ମାଣିକେଶ୍ବର ସ୍ୱାଇଁ,ଶରତ ଚନ୍ଦ୍ର ବେହେରା,ବୃନ୍ଦାବନ ବେହେରା,ସୁରେଶ ସେଠି, ସ୍ୱାତୀ ସରିନ ଦାସ,ପ୍ରମୋଦ ପୃଷ୍ଟି ପ୍ରମୁଖ ଯୋଗଦାନ କରି ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିବା କୁନି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜ୍ଞାନ ମେଳା ପିଲାମାନଙ୍କୁ ବୈଜ୍ଞାନିକ ଗବେଷଣା ଓ ଉଦ୍ଭାବନ ପାଇଁ ପ୍ରେରଣା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷାକେନ୍ଦ୍ରରେ ଅଧ୍ୟୟନରତ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ଭାଗ ନେଇ ନିଜ ନିଜ ପ୍ରକଳ୍ପ ଗୁଡ଼ିକୁ ପ୍ରଦର୍ଶିତ କରିଥିବା ବେଳେ ବିଦ୍ୟାଳୟର ମୁଖ୍ୟ ପରିଚାଳକ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।, By:-Laxmidhar Sahoo

ଅଧିକ ପଢନ୍ତୁ