ରାତି ଅଧରେ ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ

ଅନୁଗୁଳରେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ ଆରମ୍ଭ କରିଛି । ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ । ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା ।

ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ । ବସ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଖଲେଶ୍ବର ସେଠି ଅଭିଯୋଗ କରିଛନ୍ତି । ଗତ ୧୮ ତାରିଖରେ ବୁଢୀ ଠାକୁରାଣୀ ମନ୍ଦିର ନିକଟରେ ମାରିଦେବାକୁ ଉଦ୍ୟମ କରାଯାଥିଲା । ଏନେଇ ଥାନା‌ରେ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ