ଶୋଏବ ନିଜର ଦ୍ୱିତୀୟ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି |

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ କ୍ୟାପ୍ଟେନ୍ ଶୋଏବ ମଲିକ୍‌। ବର୍ତ୍ତମାନ ସେ ତୃତୀୟ ବିବାହ କରିଥିବା ଜଣାପଡିଛି । ଏହି ବିବାହ ଏଭଳି ସମୟରେ ହୋଇଛି। ଯେତେବେଳେ ପୂର୍ବତନ ଭାରତୀୟ ଟେନିସ୍ ଖେଳାଳି ସାନିଆଙ୍କ ସହ ତାଙ୍କର ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି ।ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ସାନା ଜାଭେଦଙ୍କୁ ସେ ବିବାହ କରିଛନ୍ତି। ବିବାହ ଉତ୍ସବ ପରେ ଉଭୟ ସୋସିଆଲ ମିଡିଆରେ ଉଭୟ ଫଟୋ ସେୟାର କରିଛନ୍ତି। ଦୁଇଦିନ ତଳେ ସାନିଆ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡ଼ପତ୍ର ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖାଥିଲା ଉଭୟ ଛାଡ଼ପତ୍ର ଏବଂ ବିବାହ କଷ୍ଟସାଧ୍ୟ ନିଷ୍ପତ୍ତି ଅଟେ। ମାତ୍ର ଆଜି ଶୋଏବ ଏକଥାକୁ ସ୍ପଷ୍ଟ କରିଦେଇଛନ୍ତି।ଜାନୁଆରୀ ୨୦ ଅର୍ଥାତ୍‌ ଶନିବାର ତାଙ୍କର ଦ୍ୱିତୀୟ ବିବାହର ଫଟୋ ଶେୟାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ଗତ ବର୍ଷ ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଥିଲେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ। ଉଭୟ ପୂର୍ବରୁ ଡେଟିଂ କରୁଥିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ୨୦୧୦ରେ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ । ଇସଲାମ ରୀତିନୀତି ଅନୁସାରେ ହାଇଦ୍ରାବାଦରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏହାପରେ ପାକିସ୍ତାନର ସିଆଲକୋଟରେ ଉଭୟ ବିବାହ ଉତ୍ସବ ପାଳନ କରିଥିଲେ । ସାନିଆଙ୍କ ୨୦୧୮ରେ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital