ନବୀନ ନିବାସରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳର ନୂତନ ଭାବେ ନିଯୁକ୍ତ ହୋଇଥିବା କର୍ମକର୍ତ୍ତାମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସାଧାରଣ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ଦଳର ପ୍ରତିଷ୍ଠା ଦିବସରେ ନବୀନ ଦେଇଥିବା “ବିଜେଡି ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବ” ଆହ୍ୱାନକୁ ସାକାର କରିବା ପାଇଁ ଯୁବ ଓ ଛାତ୍ର ନେତାଙ୍କୁ ଗୁରୁମନ୍ତ୍ର ଦିଆଯାଇଛି ।ନିକଟରେ ଦଳର ପୁନର୍ଗଠନ ପ୍ରକ୍ରିୟାରେ ଯୁବ ବିଜେଡି ପାଇଁ ୧୬୦ ଜଣ ଏବଂ ଛାତ୍ର ବିଜେଡି ପାଇଁ ୧୪୫ ଜଣ ଅଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା ।
