ରୁପାଲି ଛକରେ ଦିନରେ ନେଲା ଅଟୋ ଚାଳକଙ୍କ ଜୀବନ, ଏବେ ସ୍କୁଟିକୁ ପିଟିଲା ଆମ ବସ୍‌

ଦୁର୍ଘଟଣା ପାଇଁ ରୁପାଲି ଛକକୁ ବାଛି ନେଇଛି ଆମ ବସ୍‌। ସକାଳେ ଅଟୋକୁ ଧକ୍କା ଦେଲା ଆଉ ଏବେ ସ୍କୁଟିକୁ। ସୂଚନା ଅନୁସାରେ, ରୂପାଲି ଛକରେ ୮୨ ନମ୍ବର ରୁଟ୍‌ର ‘ଆମ ବସ୍’ ଏକ ସ୍କୁଟିକୁ ଧକ୍କା ଦେବାରୁ ଉତ୍ତେଜନା ପ୍ରକାଶ ପାଇଛି । ଟ୍ରାଫିକ୍‌ ଉପରେ ଲୋକେ ‘ଆମ ବସ୍’ ଚାଳକଙ୍କୁ ବସ୍‌ରୁ ଘୋଷାଡ଼ି ନେଇ ନିର୍ଧୁମ ଛେଚିଛନ୍ତି । ସହିଦନଗର ଥାନା ପୋଲିସ ପହଞ୍ଚି ଲୋକଙ୍କ କବଳରୁ ‘ଆମ ବସ୍’ ଚାଳକଙ୍କୁ ଉଦ୍ଧାର କରିଛି ।ଅପରାହ୍ଣରେ ରୂପାଲି ଟ୍ରାଫିକ୍‌ରେ ଏକ ସ୍କୁଟିକୁ ୮୨ ନମ୍ବର ରୁଟ୍‌ରେ ଯାଉଥିବା ‘ଆମ ବସ୍’ ପଛରୁ ଧକ୍କା ଦେବାକୁ ନେଇ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକେ ଚାଳକଙ୍କୁ ମାଡ଼ ମାରିବା ପରେ ପୋଲିସ ପହଞ୍ଚି ଉଦ୍ଧାର କରିଛି ।

ଦିନରେ ମଧ୍ୟ ସେହି ରୂପାଲି ଛକ ଟ୍ରାଫିକ୍‌ରେ ଛିଡ଼ା ହୋଇଥିବା ଏକ ଅଟୋ ରିକ୍ସାକୁ ‘ଆମ ବସ୍’ ପିଟିଥିଲା । ଫଳରେ ଅଟୋ ଚଳାଉଥିବା ଡ୍ରାଇଭର୍ ସେହି ଗାଡ଼ିରେ ହିଁ ଆଖି ବୁଜି ଦେଇଥିଲେ । ଅଟୋରେ ଥିବା ୨ ସ୍କୁଲ୍ ଛୁଆ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି ।ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପି ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଧିକ ପଢନ୍ତୁ