ଭଜନ ‘ତୋ କଳାକାହ୍ନୁ କେଡ଼େ ନାଟୁଆ’ ଲୋକାର୍ପିତ

ନୟାଗଡ,(ଓଡ଼ିଶା ଦର୍ପଣ): ଭଜନ ସଙ୍ଗୀତ ‘ତୋ କଳାକାହ୍ନୁ କେଡ଼େ ନାଟୁଆ’ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର ଠାରେ ଲୋକାର୍ପିତ ହୋଇଯାଇଛି । ଗୀତଟିରେ ଆଦ୍ୟା ଆଲିସା ଦାଶ କଣ୍ଠଦାନ କରିଥିବା ବେଳେ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ରଚନା ଓ ସ୍ୱର ସଂଯୋଜନା କରିଛନ୍ତି । ଅଶୋକ କୁମାର ସାହୁ ସଂଗୀତ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ନାଟ୍ୟକାର ଡ. ବିଜୟ କୁମାର ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର,ବରିଷ୍ଠ ଶିକ୍ଷକ ନୀଳମାଧଵ ନନ୍ଦଙ୍କ ସମେତ ପ୍ରଶାନ୍ତ କୁମାର ଦାଶ, ଲକ୍ଷ୍ମୀଧର ସାହୁ, ଅଶୋକ ମଲ୍ଲ,ଜୟଶ୍ରୀ ଦେବୀ, ଉମାକାନ୍ତ ମିଶ୍ର, ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲାର ଏହି ଉଦୀୟମାନ କଣ୍ଠଶିଳ୍ପୀଙ୍କର କଣ୍ଠର ଯାଦୁ ଶ୍ରୋତା ମାନଙ୍କ ହୃଦୟକୁ ଛୁଇଁ ପାରିବ ବୋଲି ଭଜନଟିକୁ ଶୁଣିବା ପରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ