ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଆଜି କୋର୍ଟରେ ହାଜର ହେବେ ସମସ୍ତ ଅଭିଯୁକ୍ତ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ, ପୂର୍ବତନ ମେୟର ପିଣ୍ଟୁ ଦାଶ, ସୁନୀଲ ଅକୁମାର ହୋତା, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, ବିହାରୀ ସୁଟର କୁନ୍ଦନ କୁମାର, ଶିଶୁପାଳ କୁମାର ପାଶୱାନ ସହ ଗୁଳି ଫୁଟାଇଥିବା କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ଏହି ମାମଲାରେ ଗିରଫ ହୋଇଛନ୍ତି ।ଆଜି କୋର୍ଟରେ ଏହି ମାମଲାର କମିଟମେଣ୍ଟ ହେବାକୁ ଥିବାବେଳେ ଗିରଫ ସମସ୍ତ ୧୬ ଅଭିଯୁକ୍ତ ହାଜର ହେବେ ବୋଲି ସୂଚନା ମିଳିଛି ।ବର୍ତ୍ତମାନ ୧୫ଜଣ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଓ ପିଣ୍ଡୁ ଦାଶ ଫୁଲବାଣୀ ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଅଛନ୍ତି। ମାମଲାର ତଦନ୍ତ ଜାରି ରହିଛି। କମିଟମେଣ୍ଟ ପରେ ଆଗାମୀ ଦିନରେ ପୁଲିସ ପକ୍ଷରୁ ଚୂଡ଼ାନ୍ତ ଚାର୍ଜସିଟ ଦାଖଲ କରାଯିବ। ତାହାପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜପ୍ରେମ କରାଯାଇ ମାମଲାର ବିଚାରଣା ଆରମ୍ଭ ହେବ ବୋଲି ଜଣାପଡିଛି।

ଅଧିକ ପଢନ୍ତୁ