ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ିଗଣନା ହେବ। ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡା ଚାଲିବ ଡଲଫିନ ଗଣନା । ଡଲଫିନ ଗଣନା ପାଇଁ ଗଠନ ହେଲା ୧୮ଟି ଟିମ । GPS ଟ୍ରାକ୍ ରେ ବାଇନକୁଲାର୍ ଦ୍ୱାରା ଏହି ଗଣନା କରାଯିବ। ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ଜଣ । ବୋଟ ଆସୋସିଏସନକୁ ସୂଚନା ଦିଆଯାଇଛି । ଏନେଇ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ରହିବ ।
