ବେଆଇନ କାରବାର କଲେ ଘରେ ପହଞ୍ଚିବ ଇଡି: ବିଭୂତି ଭୂଷଣ ଜେନା

ରାଜ୍ୟରେ ବେଆଇନ ବାଲି, ପଥର କାରବାର ଓ ପରିବହନ କରୁଥିବା ମାଫିଆମାନଙ୍କୁ କଡା ଚେତାବନି ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଯେଉଁମାନେ ସରକାରୀ ରାଜସ୍ୱ ହରିଲୁଟ୍ କରି ‘ଦୁଇ ନମ୍ବର’ ବ୍ୟବସାୟ କରୁଛନ୍ତି, ସେମାନଙ୍କ ବିରୋଧରେ କେବଳ ପୋଲିସ ନୁହେଁ, ବରଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।ସରକାର କୌଣସି ନୂଆ ନିୟମ କରିନାହାଁନ୍ତି, ବରଂ ପୁରୁଣା ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି।ବେଆଇନ ଭାବେ ବାଲି ବୋହୁଥିବା ଟ୍ରକ୍ ଏବଂ ବିନା ପରମିଟ୍‌ରେ ଚାଲୁଥିବା ଗାଡ଼ି ବିରୋଧରେ ଅଭିଯାନ ଜାରି ରହିବ।ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବାରୁ ଏଥିରେ କେନ୍ଦ୍ରୀୟ ଏଜେନ୍ସିର ସହାୟତା ନିଆଯାଉଛି।ତେବେ ଗଞ୍ଜାମରେ ବେଆଇନ ବାଲି ଓ ପଥର ମାଫିଆଙ୍କ ଘରେ ଚଢାଉ କରି ପ୍ରାୟ ୨.୬୩ କୋଟି ଟଙ୍କା ନଗଦ ଟଙ୍କା ଜବତ ହୋଇଛି । ଏହା ସହ ଅନେକ ବିଳାସପୂର୍ଣ୍ଣ ଗାଡ଼ି ଏବଂ ବେଆଇନ ଖଣି କାରବାର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ଜବତ କରିଛି ଇଡି ।

ଅଧିକ ପଢନ୍ତୁ