ରେକର୍ଡ ଭାଙ୍ଗିଲା ସୁନା, ରୁପା କିଲୋ ୩ ଲକ୍ଷ ଟପିଲା

ସୁନା ଏବଂ ରୂପା ମୂଲ୍ୟ ହ୍ରାସ ସମ୍ପର୍କରେ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହେଉଥିବା ପରି ମନେ ହେଉଛି। ରୁପା କିଲୋ ୩ ଲକ୍ଷ ଟପିଲା । ସୁନା ୨୪ କ୍ୟାରେଟ୍ ଦେଢ଼ ଲକ୍ଷ ମୁହାଁ । ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି ଜାରି ରହିଛି। ଇତିହାସରେ ପ୍ରଥମ ଥର ପାଇଁ ରୁପା ଦର କିଲୋ ପିଛା ୩ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ, ସୁନା ମଧ୍ୟ ୧.୫ ଲକ୍ଷ ଟଙ୍କା ନିକଟରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି । ରୁପାର ମୂଲ୍ୟ କମିବାକୁ ନା ଧରୁନି । MCX ରେ ମାର୍ଚ୍ଚ ମାସରେ ରୂପା ଫ୍ୟୁଚର୍ସ ୧୩,୫୫୦ କିମ୍ବା ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୩,୦୧,୩୧୫ର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ତଥ୍ୟକୁ ଦେଖିଲେ, ଡିସେମ୍ବର ୩୧,୨୦୨୫ରେ ୧୦ଗ୍ରାମ ସୁନାର ମୂଲ୍ୟ ୧,୩୫,୮୦୪ ଥିଲା। ବର୍ତ୍ତମାନ ସ୍ତରରେ, ସୁନା ପ୍ରତି ୧୦ ଗ୍ରାମ ୯,୬୯୬ ମହଙ୍ଗା ହୋଇଛି।

ଅଧିକ ପଢନ୍ତୁ