ଭଲିବଲ୍ ବଲ୍ ମ୍ୟାଚ୍ ବେଳେ ଭୁସୁଡ଼ି ପଡ଼ିଲା ଷ୍ଟେଜ୍।ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ । ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ସୀତାରାମ ସେଠୀ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ବେଳେ ଅଘଟଣ । ଟେଣ୍ଟ ଖସିପଡ଼ିବାରୁ କିଛି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ୪୦ରୁ ୫୦ ଜଣଙ୍କ ପାଇଁ ବସିବା ପାଇଁ ବ୍ୟବସ୍ଥା ଥିଲା। ହେଲେ ସେଠି ଶତାଧିକ ଲୋକେ ଚଢ଼ି ଯାଇଥିଲେ। ଫଳରେ ଷ୍ଟେଜଟେ ଭୁସୁଡ଼ି ପଡ଼ିଥିଲା। ପରେ ସ୍ବାଭାବିକ ଭାବେ ଚାଲିଥିଲା ମ୍ୟାଚ। କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ ।
