ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିସନ । ଓଡ଼ିଶ ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ଚିଠି ଲେଖିଛନ୍ତି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ଟି ଆସନ, ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ, ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ ଖାଲି ହେବ । ଏଥିରେ ଓଡ଼ିଶାର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି । ଏହି ନିର୍ବାଚନ ପ୍ରକ୍ରିୟାରେ ରିଟର୍ଣ୍ଣିଂ ଅଫିସର ଏବଂ ସହାୟକ ରିଟର୍ଣ୍ଣିଂ ଅଫିସରଙ୍କର ନିଯୁକ୍ତି ପାଇଁ ପ୍ରସ୍ତାବ ମଗାଯାଇଛି। ଏହି ପ୍ରସ୍ତାବରେ ଅଧିକାରୀମାନଙ୍କର ଟେଲିଫୋନ୍ ନମ୍ବର, ମୋବାଇଲ୍ ନମ୍ବର, ଫ୍ୟାକ୍ସ ନମ୍ବର ଏବଂ ଇ-ମେଲ୍ ଆଇଡି ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଏହା ସହିତ ଭୋଟ୍ ଗ୍ରହଣ ସ୍ଥାନ ଏବଂ ବ୍ୟବହାର ହେବାକୁ ଥିବା ବ୍ୟାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେବାକୁ କୁହାଯାଇଛି ।

ଅଧିକ ପଢନ୍ତୁ