୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଜେ.ପି. ଦତ୍ତାଙ୍କ ‘ବର୍ଡର’ ଚଳଚ୍ଚିତ୍ର ଭାରତୀୟ ସିନେମା ଜଗତରେ ଏକ ଇତିହାସ ସୃଷ୍ଟି କରିଥିଲା । ପ୍ରାୟ୨୭ ବର୍ଷ ପରେ ସେହି ଦେଶଭକ୍ତିର ଭାବନା ପୁଣି ଥରେ ପରଦାକୁ ଫେରିଛି ।ସୋସିଆଲ ମିଡିଆରେ ଭାଇରାଲ୍ ଟ୍ରେଣ୍ଡ ଦ୍ୱାରା ଏହି ଚଳଚ୍ଚିତ୍ରଟି ଯଥେଷ୍ଟ ଚର୍ଚ୍ଚା ଏବଂ ଉତ୍ସାହ ସୃଷ୍ଟି କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସନ୍ନି ଦେଓଲ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୨୬ର ପ୍ରଥମ ପ୍ରମୁଖ ଥିଏଟର ରିଲିଜ୍ ହେବାକୁ ଯାଉଛି। କିନ୍ତୁ ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ରଟି ଏକ ବଡ଼ ଝଟକା ପାଇଛି।
ଏହାର ରିଲିଜ୍ ପୂର୍ବରୁ, ଏକ ରିପୋର୍ଟ ନିର୍ମାତା ଏବଂ ବିଦେଶୀ ବାଣିଜ୍ୟକୁ ନିରାଶ କରିଛି। ରିପୋର୍ଟ ଅନୁଯାୟୀ, “ବର୍ଡର ୨” ଛଅଟି ଇସଲାମିକ୍ ଦେଶରେ ରିଲିଜ୍ ପାଇଁ ମଞ୍ଜୁରୀ ପାଇନାହିଁ।ବଲିଉଡ୍ ରିପୋର୍ଟ ଅନୁଯାୟୀ, “ବର୍ଡର ୨” ଏପର୍ଯ୍ୟନ୍ତ ବାହାରିନ୍, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇ ଭଳି ଦେଶରେ ମଞ୍ଜୁରୀ ପାଇନାହିଁ। ତେବେ ‘ବର୍ଡର ୨’ ପ୍ରଥମ ଦିନରେ ୩୫ ରୁ ୪୫ କୋଟି ଟଙ୍କାର ବ୍ୟବସାୟ କରିପାରେ । ଯାହା ଆକଳନ କହୁଛି ଏହା ଖୁବ୍ ଶିଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଛି । ତେବେ ଆଜି ପରଦାରେ ମୁକ୍ତିଲାଭ କରିବ ‘ବର୍ଡର ୨’।
