ଓଡ୍ରାଫକୁ ରାଜ୍ୟର SDRF ଭାବେ ଉନ୍ନୀତ କରାଯିବ

ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ଅଧିକ ଶକ୍ତିଶାଳୀ ଏବଂ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟର ଅଗ୍ରଣୀ ଉଦ୍ଧାରକାରୀ ଦଳ ‘ଓଡ୍ରାଫ୍’ (Odisha Disaster Rapid Action Force – ODRAF) କୁ ଏବେ ‘ଏସଡିଆରଏଫ୍’ (State Disaster Response Force – SDRF) ରେ ପରିଣତ କରାଯିବ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ଢାଞ୍ଚାରେ ରାଜ୍ୟରେ ଏହି ପରିବର୍ତ୍ତନ ଆଣିବାକୁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି, ଓଡ୍ରାଫ ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ ଗଠନ ସହିତ ଏହାର ନେତୃତ୍ୱ ଓ ପରିଚାଳନା ପାଇଁ ଜଣେ ସ୍ଵତନ୍ତ୍ର ଅଧିକାରୀ ନିଯୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ। ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏବଂ ଭିତ୍ତିଭୂମି ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ୍ରାଫର ଆବଶ୍ୟକ ଦକ୍ଷତା ଏବଂ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି l

ଅଧିକ ପଢନ୍ତୁ