ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ସିଟ୍ କଟକଣା ଲଗାଇଲା କମିଶନରେଟ୍ ପୋଲିସ୍। ଏଥର ଯାତ୍ରା ପେଣ୍ଡାଲରେ ୧୮ଶହ ସିଟ୍ ପକାଇବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। କାରଣ ଗୋଟିଏ ଲାଇନରୁ ଆଉ ଗୋଟିଏ ଲାଇନ୍ ୩ ଫୁଟ୍ ଫାଙ୍କା ରହିବ। ତାସହ ପେଣ୍ଡାଲ୍ ଭିତରକୁ ଚଉଡା ରାସ୍ତା ରହିବ। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟ ଯାତ୍ରା ମଞ୍ଚସ୍ଥ ପାଇଁ ସବୁ ପ୍ରସ୍ତୁତି ସରିଛି । ୨୭ରୁ ୭ତାରିଖ ଯାଏ ଚାଲିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ନାମକରା ଅପେରା ପାର୍ଟି ନାଟକ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ ।
