ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡିବ ‘ସୁଭଦ୍ରା ବସ୍‌’

ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡିବ ‘ସୁଭଦ୍ରା ବସ୍‌’ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚଦ୍ର ମହାପାତ୍ର । ମହିଳାଙ୍କ ସୁରକ୍ଷା ଏବଂ ଗତିଶୀଳତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ଓଡ଼ିଶା ସରକାର ଭୁବନେଶ୍ୱରରେ ସୁଭଦ୍ରା ବସ୍‌ ସେବା ପ୍ରଚଳନ କରିବାକୁ ଯାଉଛନ୍ତି । ଏହି ବସ୍‌ରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପୁନେରେ ଇ ବସ୍ ଟ୍ରେନିଂ ପରେ ଭୁବନେଶ୍ୱରରେ ଚଲାଇବେ ମହିଳା । କେବଳ ମହିଳା ମାନେ ହି ବସ୍‌ରେ ଦାୟିତ୍ୱ ନେବେ। ଏହାସହ ମହିଳା ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ରହିବେ । ସୁରକ୍ଷିତ ଯାତାୟାତ ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ବସ୍‌ଗୁଡ଼ିକ ଆଧୁନିକ ସୁରକ୍ଷା ବୈଶିଷ୍ଟ୍ୟ, ସିସିଟିଭି ଏବଂ ଜରୁରୀକାଳିନ ପ୍ରଣାଳୀ ସହ ଗଡ଼ିବ।

ଅଧିକ ପଢନ୍ତୁ