ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ମିଳିଲା ଆଗୁଆ ଜାମିନ। ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ।। ଅଶ୍ଳୀଳ ନୃତ୍ୟୁ ପ୍ରଦର୍ଶନକୁ ନେଇ ହୋଇଥିଲା ମାମଲା । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ୨ ଆୟୋଜକଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଭୟରେ୍ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା । ଆଜି ହାଇକୋର୍ଟରେ ଏହି ଆବେଦନର ଶୁଣାଣି କରି କୋର୍ଟ ନିଶାଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରିଛନ୍ତିି ।ସୂଚନା ଅନୁସାରେ ନିକଟରେ, ଛତିଶଗଡ଼ରେ ଯାତ୍ରା ପଡ଼ିଥିବା ବେଳେ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ଆଇଟମ ଗାର୍ଲ ନିଶା ମହାରଣା । ଆଉ ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥାଇ ଭରପୁର ମଜା ନେଉଥିଲେ ଛତିଶଗଡ଼ ଗାରିଆବନ୍ଧ ଜିଲ୍ଲାର ଏଡିଏମଙ୍କ ସହ କିଛି ପୋଲିସ କର୍ମୀ । ଯାହାପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନେଇଛି କଡ଼ା ଆକ୍ସନ । ଏଡିଏମଙ୍କୁ ଅନ୍ୟତ୍ର ବଦଳି ସହ ୩ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ୧୪ କମିଟି ମେମ୍ବରଙ୍କୁ ଗିରଫ କରାଯାଇଥିଲା।
